ମର୍ମ ବାଣୀ
ହୃଦୟ ର ପାରାବାରେ ଭାବନାର ଊର୍ମି
ଅଶାନ୍ତ ବ୍ୟାକୁଳ ସଦା
କ୍ଷୁଦ୍ରଶିଶୁ ସମ......
ମାନସର ଭୂମିପରେ ସ୍ମୃତିର ସୁଷମା
ସାଉଁଟି କୋଳେଇ ନିଏ
ଶୋଣିତ ମରମ.....
ପରିପୂର୍ଣ ଜଗତର ସକଳ ସମ୍ଭାର
ବିଫଳ ବିକଳ୍ପ ସମ
ହୁଏ ପ୍ରତିଭାତ.....
ରଚିଛିଯେ ହୃଦୟରେ ପୁଣ୍ୟ ଆରାଧନା
ଆରାଧ୍ୟ ଦେବତା ତା"ର
ସମ୍ପଦ ସତତ.......
ଦୁର୍ଗମ ଏ ପଥପରେ ସରଳ ଜୀବନ
ପୁରସ୍କାର ପାଏ ତୀବ୍ର
କଣ୍ଟକ ଆଘାତ......
ଆଘାତର ଦାବାନଳେ ନୁହେଁ ସେ ବିବ୍ରତ
ଶରତେ ବୈଖାଖୀ ଝଞ୍ଜା
ଏ ଭିନ୍ନ ଚ଼ରିତ......
ନିୟତିର କ୍ରୁର ଚ଼କ୍ଷୁ କୁସୁମେ କଷଣ
ବଳହୀନ ପରାକ୍ରମ
ମାତ୍ର ହାସ୍ୟାସ୍ପଦ.....
ପ୍ରଣୟୀ ପ୍ରଣୟ ସଦା ସିନ୍ଧୁ ନଭ ସରି
ପୂଜାରିଣୀ ମନ୍ଦିରର
ସେ ଦିବ୍ୟ ସମ୍ପଦ.......
©ray_madhusmita