ଦିବ୍ୟ ପୁଷ୍ପ
ତୁମ୍ଭେ କି ସେ ଦିବ୍ୟ ପୁଷ୍ପ ମରତ କାନନେ
ଫୁଟି ଚ଼ହଟାଅ ବାସ ମ୍ରୁଦୁ ସମୀରଣେ
ତୁମ୍ଭେ କି ସେ ପ୍ରଜାପତି ଗ୍ରୁହର ପ୍ରାଙ୍ଗଣେ
ଉଡ଼ିବୁଲ ଝାତ଼ି ତେଣା ହସିମନେମନେ
ତୁମ୍ଭେ କି ସେ ନିଷ୍କପଟ ମନ୍ଦାକିନୀ ଜଳ
ଯାହାକୁ ଦେଖିଲେ ମନ ହୁଅଇ ଶୀତଳ
ତୁମ୍ଭେ କି ସେ ଶୁକଶାରୀ କଥାକୁହା ଜୀବ
ଯା' ମଧୁର ବାଣୀ ଶୁଣି ମୋହିତ ଦଇବ
ତୁମ୍ଭେ କି ସେ ପ୍ରଭାତର ଉଜ୍ୱଳ ସବିତା
ନବ ଯୁଗ ଯା' ମଧ୍ୟରେ ହୋଇଛି ସାଇତା
ତୁମ୍ଭେ କି ସେ ଜ୍ୟୋତ୍ସ୍ନାଦାୟୀ ପୂର୍ଣମୀର ଶଶି
ଅନ୍ଧାର ବିଦାରି ଦେବ ଆଲୋକ ର ରଶ୍ମି
ତୁମ୍ଭେ କି ସେ ମୋତିମାଳା ପିତାମାତା ଗଳେ
ଅମୂଲ୍ୟ ସମ୍ପଦ ସାଜ ଏହି ମହୀ ତଳେ
ତୁମ୍ଭେ କି ସେ ଦିବ୍ୟ ହାର ଦେଶ ମାତ୍ରୁକାର
ହରଣ କରିବ ଅବନୀର ଦୁଃଖ ଭାର
ତୁମ୍ଭେ କି ସେ କ୍ଷୁଦ୍ରଚ଼ାରା ସମ୍ଭାବନା ପୂର୍ଣ
ଯା' ସୂକ୍ଷ୍ମ ମସ୍ତିଷ୍କ ମଧ୍ୟେ କେତେ ଜ୍ଞାନ ଧନ
ତୁମ୍ଭେ କି ସେ ନିରିମାଖି କପୋତର ମନ
ନ ଥାଏ ଯା' ପାଶେ ହିଂସା, ଈର୍ଷା, ଦ୍ୱେଷମାନ
ତୁମ୍ଭେ କି ସେ ପ୍ରେମମୟ ମଧୁମୟ ଆତ୍ମା
ସ୍ନେହ ସୁଧା ବୋଳା ତୁମ୍ଭେ ହେ ଶିଶୁ ଦେବତା
©ray_madhusmita