• ray_madhusmita 10w

    ଶୂନ୍ଯତାନ

    ତୁମେ ଆସ ସବୁଦିନ ଆସ ଫର୍ଚ୍ଚା ସକାଳଟେ ହୋଇ...
    ମୁଁ ଚାହେଁ ତୁମ ଫଟୋକୁ ପୁଣି ଫର୍ଚ୍ଚା ସକାଳକୁ
    ଜାଣିନିଏ କେଉଁଠିବି ତୁମର ହଜିବାର ଚିହ୍ନବର୍ଣ୍ଣ ନାହିଁ...
    ନଖୋଜି ବି ଖୋଜେ ନଦେଖି ବି ଦେଖେ ଠିକ୍ ଯେମିତି
    ନ ପାଇବି ପାଏ ମୁଁ ତୁମକୁ ସକାଳରୁ ରାତି ଯାଏ
    ରାତ୍ରିର ଶେଷ ପ୍ରହର ଖାଲି ଯାହା ବାକି ଥାଏ...
    ଠିକ୍ ସେତିକିବେଳେ ମୁଁ ଚମକି ପଡେ
    ମୋ ଜଡ଼ତାକୁ ହଲାଇ ତୁମେ ଆଉଜିପଡ଼
    ମୋ ଧମନୀର ରକ୍ତବାଡ଼ ଛୁଇଁ
    ଫୁଟିଉଠ ମୋ ଚେତନାର ଭୂମି ପରେ
    ପେନ୍ଥା ପେନ୍ଥା ପାରିଜାତ ହୋଇ
    ମୁଁ ଥାପୁଡ଼େଇ ଦିଏ ତୁମକୁ ସାରାଦିନର ସାଇତା
    ଅପେକ୍ଷା ଆଉ ସମୟକୁ ଭିଜେଇଥିବା ପ୍ରତି ମୁହୂର୍ତ୍ତର
    ବାଷ୍ପରୁଦ୍ଧ ମେଘମାନଙ୍କର ତରଳ ସ୍ପର୍ଶ ଦେଇ
    ଏକ କଳ୍ପନାତୀତ ଅନ୍ତରଙ୍ଗତାରେ
    ପୁଣି ରାତି ପାହିବା ଆଗରୁ ଫର୍ଚ୍ଚା ହୁଏ
    ମୁଁ ପାଛୋଟିନିଏ ତୁମର ସେ ଦେହାତୀତ
    ଆତ୍ମବିସ୍ତୃତିର ସରଳପଣକୁ ସର୍ବାଙ୍ଗରେ ବୋଳିଦିଏ
    ଫର୍ଚ୍ଚା ସକାଳକୁ କାଳରୁ କାଳାନ୍ତର ଯାଏ
    ମଶାଣି ନିଆଁରୁ ଆଉ ଏକ ହୋମକୁଣ୍ଡ ଯାଏଁ....
    ©ray_madhusmita