ray_madhusmita

Hey!my black pen..talk to my colourful thoughts.

Grid View
List View
Reposts
  • ray_madhusmita 4w

    ଶୂନ୍ଯତାନ

    ତୁମେ ଆସ ସବୁଦିନ ଆସ ଫର୍ଚ୍ଚା ସକାଳଟେ ହୋଇ...
    ମୁଁ ଚାହେଁ ତୁମ ଫଟୋକୁ ପୁଣି ଫର୍ଚ୍ଚା ସକାଳକୁ
    ଜାଣିନିଏ କେଉଁଠିବି ତୁମର ହଜିବାର ଚିହ୍ନବର୍ଣ୍ଣ ନାହିଁ...
    ନଖୋଜି ବି ଖୋଜେ ନଦେଖି ବି ଦେଖେ ଠିକ୍ ଯେମିତି
    ନ ପାଇବି ପାଏ ମୁଁ ତୁମକୁ ସକାଳରୁ ରାତି ଯାଏ
    ରାତ୍ରିର ଶେଷ ପ୍ରହର ଖାଲି ଯାହା ବାକି ଥାଏ...
    ଠିକ୍ ସେତିକିବେଳେ ମୁଁ ଚମକି ପଡେ
    ମୋ ଜଡ଼ତାକୁ ହଲାଇ ତୁମେ ଆଉଜିପଡ଼
    ମୋ ଧମନୀର ରକ୍ତବାଡ଼ ଛୁଇଁ
    ଫୁଟିଉଠ ମୋ ଚେତନାର ଭୂମି ପରେ
    ପେନ୍ଥା ପେନ୍ଥା ପାରିଜାତ ହୋଇ
    ମୁଁ ଥାପୁଡ଼େଇ ଦିଏ ତୁମକୁ ସାରାଦିନର ସାଇତା
    ଅପେକ୍ଷା ଆଉ ସମୟକୁ ଭିଜେଇଥିବା ପ୍ରତି ମୁହୂର୍ତ୍ତର
    ବାଷ୍ପରୁଦ୍ଧ ମେଘମାନଙ୍କର ତରଳ ସ୍ପର୍ଶ ଦେଇ
    ଏକ କଳ୍ପନାତୀତ ଅନ୍ତରଙ୍ଗତାରେ
    ପୁଣି ରାତି ପାହିବା ଆଗରୁ ଫର୍ଚ୍ଚା ହୁଏ
    ମୁଁ ପାଛୋଟିନିଏ ତୁମର ସେ ଦେହାତୀତ
    ଆତ୍ମବିସ୍ତୃତିର ସରଳପଣକୁ ସର୍ବାଙ୍ଗରେ ବୋଳିଦିଏ
    ଫର୍ଚ୍ଚା ସକାଳକୁ କାଳରୁ କାଳାନ୍ତର ଯାଏ
    ମଶାଣି ନିଆଁରୁ ଆଉ ଏକ ହୋମକୁଣ୍ଡ ଯାଏଁ....
    ©ray_madhusmita

  • ray_madhusmita 7w

    ଦୀପାଲୋକ

    ଜଳିଲାଣି ସଞ୍ଜବତୀ
    ମୋ ଦୁଆର ଚଉରା ପାହାଚେ
    ଉଇଁଲାଣି ଭକତି ଚନ୍ଦ୍ରମା
    ମୋ ହୃଦୟ ପ୍ରଶସ୍ତ ଆକାଶେ
    **............ **..........
    ଶିହରିକି ଉଠୁନାହିଁ
    ତୁମ ଦେହ ଆପାଦ ମସ୍ତକ
    ସଂଚରୁନି ଅଙ୍ଗେ ଅଙ୍ଗେ
    ଅଜଣା ସେ ପୀୟୁଷ ପୁଲକ!
    ବହୁନିକି ପ୍ରେମନୀର
    ରମ୍ୟରସ ପ୍ରାଣପ୍ରିୟ ପାଇଁ?
    ସେଇ ଏକା ଆମ କର୍ତ୍ତାଧର୍ତ୍ତା
    ତା'ର ବିନା ଆନ ଗତି ନାହିଁ
    **............**.............
    ତା'ର ନାମ ଭଜନରେ
    ପାଏ ଯିଏ ପରମ ଆନନ୍ଦ
    ସେଇ ଏକା ଏ ଜଗତ ପୀଠେ
    ବୁଲେ ସଖୀ ହୋଇ ସଦାନନ୍ଦ
    **............. **...........
    ଘୃତ ସମ ଭକ୍ତିତୈଳେ
    ବୁ଼ଡ଼ାଇବା ଶୁଦ୍ଧ ପୂତ ମନ
    ଆଲୋକରେ ଭରିଦେବା
    ଅନ୍ଧାରିତ ପ୍ରାଣର ପ୍ରାଙ୍ଗଣ
    ଦୀପାବଳୀ ମହାଲୋକେ
    ସର୍ବସ୍ଥାନ ହେବ ଆଲୋକିତ
    ହୃଦ ଆଉ ମାଟି ଚଉରାରେ
    ଝଲସିବ ଯୁଗ୍ମ ଦୀପାଲୋକ
    ପୁରୁଷୋତ୍ତମ ସ୍ୱାଇଁ.............
    (SR SES HM)

    ©ray_madhusmita

  • ray_madhusmita 9w

    ମୂକ ଦେବତା

    କୁହ ନାହିଁ କୁହ ନାହିଁ ସଖୀ
    ମୋ ସଖାକୁ,ଶୁଣନ୍ତିନି ବ୍ୟଥା
    କୁହନାହିଁ କୁହନାହିଁ ତା"ରେ
    କପଟିଆ କି ମୂକ ଦେବତା
    କ୍ରୋଧ ଯଦି ଧରିଛ ହୃଦରେ
    ମୋହଠାରେ ଦେଉନ ଅଜାଡ଼ି
    ହେଲେ ତାହା ଫିଙ୍ଗନାହିଁ ତା"ରେ
    ମୋ ହୃଦୟ ଯାଏ ଜଳି ପୋଡ଼ି
    ଅପମାନ କରିବାର ଥିଲେ
    ମୋ ଉପରେ କର ବର୍ଷା ଗାଳି
    ଦୟାବନ୍ତ ମୋ କାଳିଆ ଦିଅଁ
    ତା ସାଥିରେ ଲାଗନାହିଁ କଳି
    ଦେଇଛି ସେ ସୁନ୍ଦର ସଂସାର
    ପିତା,ମାତା,ପତ୍ନୀ ଓ ସନ୍ତାନ
    ଧନ,ଜନ,ଐଶ୍ୱର୍ଯ୍ୟ ସମ୍ଭାର
    ଦୁଃଖ କିମ୍ପା କର ଅକାରଣ
    ଜୀବନରେ ହସ କାନ୍ଦ ଲୁହ
    ରୋଗ,ଶୋକ ସାମାନ୍ୟ ସନ୍ତାପ
    ସହିବାରେ ଶକ୍ତି ନାହିଁ ଆମ
    ତେଣୁ ନିନ୍ଦା କର ବିଶ୍ୱରୂପ!
    ଧୈର୍ଯ୍ୟ ଅଟେ ହୃଦ ମହାବଳ
    ପ୍ରେମ ଅଟେ ଯାତନା ଔଷଧି
    ସ୍ନେହ କ୍ଷମା ଦୟା ସଦାଚ଼ାର
    ଧନ ପରା ଦେଇଛନ୍ତି ବିଧି

    ପୁରୁଷୋତ୍ତମ ସ୍ୱାଇଁ
    (SR SES HM)

    ©ray_madhusmita

  • ray_madhusmita 13w

    ଶୂନ୍ୟସ୍ଥାନ

    ସକାଳରୁ ଆଞ୍ଜୁଳାଏ ଲୁହତୋଳି
    କରିଲିଣି ମୁଖ ପ୍ରକ୍ଷାଳନ
    ହେଲେ ହୃଦୟରେ ପୁରେନାହିଁ ବଡ଼ ଶୂନ୍ୟସ୍ଥାନ
    ଉତପ୍ତ ଓ ଶୁଷ୍କଭୂମି ପରେ ଯେମିତିକି
    ବାଷ୍ପିଭୂତ ଏଇସବୁ ବୁନ୍ଦାବୁନ୍ଦା ଝରଝର ଲୁହମାନ
    କୋହମାନେ କାନ୍ଥ ଛୁଇଁ ବଳପାଇ ଓଲଟି ଆସନ୍ତି
    ପୁଣିଥରେ ହୃଦୟର କବାଟ ଫିଟାଇ
    ତାଡ଼ି ନେବାପାଇଁ ଆଉ ଏକ ପାକଳିଆ କୋହ
    ହେଲେ ଫାଟୁନି ମାଟି ଏଠି କି ଛାତ ଏଠି
    ଖାଲି ଥରୁଛି ଯାହା ତୁମ ସ୍ମୃତିକୁ
    ସାଉଁଟି ରଖିଥିବା ରକ୍ତ ମାଂସ ଦେହ
    ଅବଶ ହେବାର ନାଁ ବି ଧରୁନି
    ଆଉପାଦେ ତୁମଆଡ଼େ
    ଘୁଞ୍ଚିଘୁଞ୍ଚି ଯାଉଛି ମୁଁ ଛାଡ଼ିଏଇ
    କାଚ଼ ସିନ୍ଦୁକ ଅସାର ଜୀବନ
    ଯେତେ ଘୁଞ୍ଚିଲେବି ଡାକିଲେବି କାଇଁ
    କେଉଁଠି ପାଉଛି ତୁମକୁ
    ତୁମେବି ତ ଘୁଞ୍ଚିଆସ ମାଳମାଳ ପାହାଡ଼ ଓ ନଦୀଡେଇଁ
    ପୋଖରୀର କଇଁ ପଦ୍ମ ଛୁଇଁ ମୋରି ଆଡ଼କୁ
    କାହିଁକି ଭରୁନି ଏ ଶୂନ୍ୟସ୍ଥାନ
    ଯୁଆଡ଼େ ଚ଼ାହିଁଲେ ଗଛ କାଠ ପଥର
    ସବୁ ଠିକ୍ ଠାକ୍
    ହେଲେ କେତଟା ଆଖିତଳେ ଦିକ୍ ଦିକ୍
    ଜଳୁଛି କଂଚ଼ା କଂଚ଼ା ବିନ୍ଦୁବିନ୍ଦୁ ସ୍ୱଚ୍ଛ ଲୁହମାନ
    ଯେତେବେଳେ ସେମାନେ କୁହନ୍ତି "ଚ଼ାଲିଗଲା"
    ଇଚ୍ଛାହୁଏ ଦୈାଡ଼ି ଯାଇ ସେମାନଙ୍କ ମୁଖସବୁ
    ବନ୍ଦକରିବାକୁ ହାତର ଅଙ୍ଗୁଳି ଦେଇ
    ଇଚ୍ଛାହୁଏ କହିବାକୁ ଅଛତୁମେ ମୋ ଦେହସାଥେ
    ଦେହହୋଇ ଛାଇସାଥେ ଛାଇ ହୋଇ
    କୋହ ସାଥେ କୋହ ହୋଇ ଲୁହ ସାଥେ
    ଲୁହ ହୋଇ ମୋ ହସଫୁଲ ପରେ
    ଟିକି ପ୍ରଜାପତି ଟିଏ ହୋଇ
    କାନ୍ଦିବାର ଭୂଲ୍ ମୁଁ କରୁଛି
    ମସ୍ତବଡ଼ ଭୂଲ୍ କାହିଁକି କେଜାଣି
    ତୁମେ ଦେଇଥିବା ହସଫୁଲ ସବୁକୁ
    ସାଉଁଟିବା ଛାଡ଼ି ଉପାଧାନପରୁ
    ଲୁହକୁ ଗୋଟେଇ ମୁହଁକୁ ଧୋଉଛି
    ଅଜ୍ଞାନ ଅବୋଧ ଚ଼ାଦରକୁ ଘୋଡ଼ିହୋଇ
    ବିଳାପର କବିତା ରଚ଼ୁଛି
    ସହିବନି ମୋ ଲୁହର କଷଣ ଜାଣିଛି ମୁଁ
    ଅନନ୍ତ ଅବ୍ୟକ୍ତ ଦୂରତାକୁ ଡେଇଁ
    ବିଷମ ପ୍ରସସ୍ତ ବେଳାଭୂମି ଛୁଇଁ
    ଆସିଗଲ ଶେଷେ ପୋଛିବାକୁ
    ମୋ ତତଲା ଲୁହକୁ
    ଥାପୁଡ଼େଇବାକୁ ମୋ ଅବୋଧ କୋହକୁ
    ଭରିବାକୁ ମୋ ଅଥଳ ଶୂନ୍ୟସ୍ଥାନକୁ
    ଢାଳିଢାଳି ତୁମ ଲୋଭଲଗା ମୁରୁକି ହସକୁ
    ମନେରଖିଲି ମୁଁ ଆଉ ଯେବେ
    ଏଇ ଶୂନ୍ୟସ୍ଥାନ ଢାଙ୍କୁଣିକୁ ଠେଲିବାକୁ
    ଚ଼ାହିଁବେ ଏ ଲୁହର ଉଷ୍ମତା
    ତୁମେ ଦେଇଥିବା ହସ ଚ଼ାଙ୍ଗୁଡ଼ିରୁ
    ବିଞ୍ଚିଦେବି ତୁମର ସେ ପେନ୍ଥାପେନ୍ଥା
    ଯାଦୁକରୀ ହସ ଯାହା ଶୋଷିନେବ
    ଅକ୍ଳେଶରେ ସେ ତତଲାପଣକୁ
    ଢାଙ୍କୁଣିର ଫାଙ୍କ ଦେଇ ଝରିଯିବ
    ଆଶିଷର ଝର ପ୍ରେମସୁଧା ନୀର
    ଭରିବାକୁ ଶୂନ୍ୟସ୍ଥାନ ଜୀବନ ତମାମ
    ©ray_madhusmita

  • ray_madhusmita 14w

    ମର୍ମ ବାଣୀ

    ହୃଦୟ ର ପାରାବାରେ ଭାବନାର ଊର୍ମି
    ଅଶାନ୍ତ ବ୍ୟାକୁଳ ସଦା
    କ୍ଷୁଦ୍ରଶିଶୁ ସମ......
    ମାନସର ଭୂମିପରେ ସ୍ମୃତିର ସୁଷମା
    ସାଉଁଟି କୋଳେଇ ନିଏ
    ଶୋଣିତ ମରମ.....
    ପରିପୂର୍ଣ ଜଗତର ସକଳ ସମ୍ଭାର
    ବିଫଳ ବିକଳ୍ପ ସମ
    ହୁଏ ପ୍ରତିଭାତ.....
    ରଚିଛିଯେ ହୃଦୟରେ ପୁଣ୍ୟ ଆରାଧନା
    ଆରାଧ୍ୟ ଦେବତା ତା"ର
    ସମ୍ପଦ ସତତ.......
    ଦୁର୍ଗମ ଏ ପଥପରେ ସରଳ ଜୀବନ
    ପୁରସ୍କାର ପାଏ ତୀବ୍ର
    କଣ୍ଟକ ଆଘାତ......
    ଆଘାତର ଦାବାନଳେ ନୁହେଁ ସେ ବିବ୍ରତ
    ଶରତେ ବୈଖାଖୀ ଝଞ୍ଜା
    ଏ ଭିନ୍ନ ଚ଼ରିତ......
    ନିୟତିର କ୍ରୁର ଚ଼କ୍ଷୁ କୁସୁମେ କଷଣ
    ବଳହୀନ ପରାକ୍ରମ
    ମାତ୍ର ହାସ୍ୟାସ୍ପଦ.....
    ପ୍ରଣୟୀ ପ୍ରଣୟ ସଦା ସିନ୍ଧୁ ନଭ ସରି
    ପୂଜାରିଣୀ ମନ୍ଦିରର
    ସେ ଦିବ୍ୟ ସମ୍ପଦ.......
    ©ray_madhusmita

  • ray_madhusmita 15w

    ରୂପ ଚ଼ମତ୍କାର

    ଅଦ୍ଭୁତ ଏ ଆଭା ତୋଳିଧରେ
    ତୁମ୍ଭ ତୈଳଚ଼ିତ୍ର
    ଜୀବନ୍ତ ଠୁ ଆହୁରି ଜୀବନ୍ତ
    ସତେକି ସେ ଜୀବନ୍ତକୁ କରେ ପରାଜିତ

    ଆଖିରସେ ଜ୍ୟୋତି ବିଞ୍ଚିଦିଏ
    ପ୍ରେମମୟ ଆଭା
    ସୁପ୍ତ ଆତ୍ମା କରି ପ୍ରାଣମୟ
    ପବିତ୍ର ପୀୟୁଷ ଧାରେ ଜୀବନ୍ତ ହ୍ରୁଦୟ

    ସୁଲଳିତ ହାସ୍ୟ ବ୍ୟକ୍ତକରେ
    କଲ୍ୟାଣର ମନ୍ତ୍ର
    ବହମାନ ଅନନ୍ତ ଆକାଶୁଁ
    ସ୍ଥିର ଏଇ ଅଧରରେ ହୋଇଛି ପ୍ରକାଶ

    କୋମଳ ଏ ବକ୍ଷ ଅନ୍ତହୀନ ପ୍ରସାରଣେ ତା'ର
    ଶାନ୍ତକରେ ବ୍ୟାକୁଳ ଅନ୍ତର
    ତ୍ୟାଗର ସେ ଯଜ୍ଞବେଦୀ ପରେ ରୂପ ଚ଼ମତ୍କାର
    ©ray_madhusmita

  • ray_madhusmita 32w

    ଏନ୍ତୁଡ଼ି ଶାଳରୁ ଅଦ୍ୟାବଧି ଯାହାଅଛି ମନେ
    ହିଂସା,ଦ୍ୱେଷ,ଖଳବୁଦ୍ଧି, ନିନ୍ଦା ପରଜନେ
    ଏହିଶିକ୍ଷା ଦେଇନାହଁ କଦାପି ଜୀବନେ
    ତଥାପି କଷଣ ମୋତେ କାହିଁକି ଜାବୁଡ଼େ
    କାହିଁକି କେଜାଣି
    ବାପା! ତୁମ କଥା ଆଜି ଭାରି ମନେପଡ଼େ...

    ସ୍ମିତହାସ୍ୟ, ମିଷ୍ଠ ଭାଷ ,ନିଃଛନ୍ଦ ଜୀବନ
    ପାଳିଛି ଏ ବ୍ରତ ସଦା ହୋଇ ଏକମନ
    ଅପରଠୁ କରିନାହିଁ ଆଶ ପ୍ରତିଦାନେ
    ଭାଗ୍ୟକୁ ଆଦରି ଆଜି ନିରତେ ମୁଁ ସଢ଼େ
    କାହିଁକି କେଜାଣି
    ବାପା! ତୁମ କଥା ଆଜି ଭାରି ମନେପଡ଼େ...

    ଲୋଡ଼ାନାହିଁ ଧନ ଜନ ପଦ କି ପଦକ
    ଶୁଣିବାକୁ ଇଚ୍ଛାତବ ସ୍ନେହବୋଳା ଡାକ
    ଶିଶୁ ହୋଇ ମଣ୍ଡିବାକୁ ତବ ଅଙ୍କ ସ୍ୱର୍ଗସମ
    ଡାକିବାକୁ ବାପା ବାପା ସ୍ରୁତିସୁଧା ନାମ
    ଧରିବାକୁ ହସ୍ତେ ହସ୍ତ ଅନନ୍ତ ପ୍ରଗାଢ଼େ
    କାହିଁକି କେଜାଣି
    ବାପା! ତୁମକଥା ଆଜି ଭାରି ମନେପଡ଼େ...

    କାହାଣୀର ଆରମ୍ଭରୁ ଶେଷ ପରିଯନ୍ତ
    ତ୍ୟାଗ,ତ୍ୟାଗ,ତ୍ୟାଗ ତୁମ୍ଭ ତ୍ୟାଗ ଅସମାପ୍ତ
    ପ୍ରଚ଼ଣ୍ଡ ଧୈର୍ଯ୍ୟର ଯେଉଁ ଦିବ୍ୟ ଅବତାର
    ଅସମର୍ଥ ବର୍ଣିବାକୁ ଲେଖନୀର ଧାର
    ସନ୍ତାନ ସମର୍ଥ ଅର୍ଥେ ସ୍ୱେଦ,ଲହୁ ତୁମଠୁ ନିଗିଡ଼େ
    କାହିଁକି କେଜାଣି
    ବାପା! ତୁମକଥା ଆଜି ବେଶି ମନେପଡ଼େ...
    ©ray_madhusmita

  • ray_madhusmita 32w

    ବାପା....

    କାହିଁକି କେଜାଣି
    ବାପା ଆଜି ତୁମ କଥା ବେଶି ମନେ ପଡ଼େ...
    ଅତୀତର ଫର୍ଦ୍ଦ ସବୁ ମନର ମଲାଟ ଖୋଲି ଫର୍ଦ ଫର୍ଦ ଉଡ଼େ

    ଇଚ୍ଛାମାନେ ସମୟର ତଉହଦୀ ଡେଇଁ
    ଅମାନିଆ ବେଶି ଆଜି ବାପାଙ୍କର ମିଠା ସ୍ନେହପାଇଁ
    କାହିଁକି କେଜାଣି
    ଓଷ୍ଠୁ ଆଜି ବାପା ବାପା ସ୍ଫୁରେ ନିରବତା ପ୍ରତି କୋଣ ଛୁଇଁ

    ଦୂରେ ଥାଇ ଡାକିଲେ ବି ଶୁଣିପାର ଡାକ
    ଲୈାହ ସମ ବକ୍ଷତଳେ ଉଦାର ପିତ୍ରୁତ୍ୱ
    ଦୁଃଖ କେବେ ମାଡ଼ିନାହିଁ ପାଶ
    ତବ ତୀକ୍ଷ୍ଣ କଟାକ୍ଷରେ ହୋଇଛି ପାଉଁଶ

    ସବୁଥାଇ ପାଶେ ମୋର
    ନିଃଶ୍ୱ ଭାବ ଆଜି ମୋ ହ୍ରୁଦରେ
    କାହିଁକି କେଜାଣି
    ବହୁଦିନ ଧରି ଘୁରିନାହିଁ ବୋଲି ତୁମ୍ଭ ହସ୍ତ ମୋ ମଥା ଉପରେ

    ଏବେ ଯଦି ଆବିର୍ଭାବ ହେବ ମୋ ସମ୍ମୁଖେ
    ଅଶ୍ରୁସିକ୍ତ ନୟନେ ମୁଁ ସୁଖେ
    ଲୋଟି ଯାନ୍ତି ତବ ଚ଼ରଣ କମଳେ
    କାହିଁକି କେଜାଣି
    ବାପା! ତବ ନାମ ସ୍ମରି କାନ୍ଦିବାକୁ ଇଚ୍ଛେ ମୁଁ ନିରୋଳେ.......କ୍ରମଶଃ
    ©ray_madhusmita

  • ray_madhusmita 33w

    ଦିବ୍ୟ ପୁଷ୍ପ

    ତୁମ୍ଭେ କି ସେ ଦିବ୍ୟ ପୁଷ୍ପ ମରତ କାନନେ
    ଫୁଟି ଚ଼ହଟାଅ ବାସ ମ୍ରୁଦୁ ସମୀରଣେ
    ତୁମ୍ଭେ କି ସେ ପ୍ରଜାପତି ଗ୍ରୁହର ପ୍ରାଙ୍ଗଣେ
    ଉଡ଼ିବୁଲ ଝାତ଼ି ତେଣା ହସିମନେମନେ
    ତୁମ୍ଭେ କି ସେ ନିଷ୍କପଟ ମନ୍ଦାକିନୀ ଜଳ
    ଯାହାକୁ ଦେଖିଲେ ମନ ହୁଅଇ ଶୀତଳ
    ତୁମ୍ଭେ କି ସେ ଶୁକଶାରୀ କଥାକୁହା ଜୀବ
    ଯା' ମଧୁର ବାଣୀ ଶୁଣି ମୋହିତ ଦଇବ
    ତୁମ୍ଭେ କି ସେ ପ୍ରଭାତର ଉଜ୍ୱଳ ସବିତା
    ନବ ଯୁଗ ଯା' ମଧ୍ୟରେ ହୋଇଛି ସାଇତା
    ତୁମ୍ଭେ କି ସେ ଜ୍ୟୋତ୍ସ୍ନାଦାୟୀ ପୂର୍ଣମୀର ଶଶି
    ଅନ୍ଧାର ବିଦାରି ଦେବ ଆଲୋକ ର ରଶ୍ମି
    ତୁମ୍ଭେ କି ସେ ମୋତିମାଳା ପିତାମାତା ଗଳେ
    ଅମୂଲ୍ୟ ସମ୍ପଦ ସାଜ ଏହି ମହୀ ତଳେ
    ତୁମ୍ଭେ କି ସେ ଦିବ୍ୟ ହାର ଦେଶ ମାତ୍ରୁକାର
    ହରଣ କରିବ ଅବନୀର ଦୁଃଖ ଭାର
    ତୁମ୍ଭେ କି ସେ କ୍ଷୁଦ୍ରଚ଼ାରା ସମ୍ଭାବନା ପୂର୍ଣ
    ଯା' ସୂକ୍ଷ୍ମ ମସ୍ତିଷ୍କ ମଧ୍ୟେ କେତେ ଜ୍ଞାନ ଧନ
    ତୁମ୍ଭେ କି ସେ ନିରିମାଖି କପୋତର ମନ
    ନ ଥାଏ ଯା' ପାଶେ ହିଂସା, ଈର୍ଷା, ଦ୍ୱେଷମାନ
    ତୁମ୍ଭେ କି ସେ ପ୍ରେମମୟ ମଧୁମୟ ଆତ୍ମା
    ସ୍ନେହ ସୁଧା ବୋଳା ତୁମ୍ଭେ ହେ ଶିଶୁ ଦେବତା
    ©ray_madhusmita

  • ray_madhusmita 37w

    O' darling!
    I don't know..
    how capable l am..
    of illuminating the world..
    but l am burning..
    turning to ashes slowly..
    l wouldn't call it my ability..
    this is a subtle way..
    to maintain my religion..
    ©ray_madhusmita